ଭାଷା ଏବଂ ସାହିତ୍ୟ ବିଦ୍ୟାଳୟ
ଓଡିଆ ଭାଷା ଏବଂ ସାହିତ୍ୟରେ ସ୍ନାତକତ୍ତୋର
ଭାଷାବିଜ୍ଞାନ ବର୍ତ୍ତମାନ ସାମାଜିକ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ଭାବରେ ଉଭା ହୋଇଛି। ଯଦିଓ ଆଜି ଏହା ପାଶ୍ଚାତ୍ୟ ପଦ୍ଧତିଗତ ଆଭିମୁଖ୍ୟ ସହିତ ଏକ ଆନ୍ତଃବିଭାଗୀୟ ଅଧ୍ୟୟନରେ ବିକଶିତ ହୋଇଛି, ତଥାପି ଏହି ଚେତନା ଭାରତୀୟ ଶୈକ୍ଷିକ ପରମ୍ପରା ପାଇଁ ନୂଆ ନୁହେଁ। ଭାରତୀୟ ବ୍ୟାକରଣ ଓ ଭାଷାତତ୍ତ୍ୱର ପ୍ରାଚୀନ ପରମ୍ପରାରେ ହିଁ ସାମାଜିକ-ଭାଷାଗତ ଆଭିମୁଖ୍ୟର ଅଗ୍ରଣୀ ପ୍ରୟାସ ଦେଖିବାକୁ ମିଳେ। ଭାଷା ଅଧ୍ୟୟନ ସହିତ ଏହି ବିଷୟଟି ସାମାଜିକ ଏବଂ ବିକାଶମୂଳକ କାରକଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରେ, ଯାହା ଏଥିରେ ଏକ ବ୍ୟାବହାରିକ ତଥା ଆନ୍ତଃବିଭାଗୀୟ ସ୍ୱରୂପ ଯୋଡ଼ିଥାଏ। ଏହି ପାଠ୍ୟକ୍ରମ ସମାଜବିଜ୍ଞାନ, ଭାଷାବିଜ୍ଞାନ, ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ ଆଦି ବିଭିନ୍ନ ବିଭାଗର ଅଧ୍ୟୟନ ପଦ୍ଧତିକୁ ଆଧାର କରି ଗଢ଼ିଉଠିଛି। ଏଭଳି ଏକ ଆନ୍ତଃବିଭାଗୀୟ ଆଭିମୁଖ୍ୟର କ୍ୟାରିୟର ପରିସର ଅତ୍ୟନ୍ତ ବ୍ୟାପକ ତଥା ସମ୍ଭାବନାମୟ।ତେଣୁ, ଏହି ଅଧ୍ୟୟନ ଶିକ୍ଷକ, ଶିକ୍ଷାବିତ୍, ବାକ୍-ଚିକିତ୍ସକ, ସୂଚନା ପ୍ରଯୁକ୍ତିବିଦ୍, ଗୋଷ୍ଠୀ ବିକାଶକାରୀ, ଅନୁବାଦକ, ସାହିତ୍ୟ ସମୀକ୍ଷକ/ଗବେଷକ ଏବଂ ଅନ୍ୟ ସାମାଜିକ ବୈଜ୍ଞାନିକଙ୍କ ପରି ବୃତ୍ତିଗତମାନଙ୍କ ପାଇଁ ଅତ୍ୟଧିକ ସାହାଯ୍ୟ କରିପାରେ |

